Русские видео

Сейчас в тренде

Иностранные видео


Скачать с ютуб ଗାଈର ଖାଦ୍ୟ ପରିଚାଳନା | Feed Management of Cow в хорошем качестве

ଗାଈର ଖାଦ୍ୟ ପରିଚାଳନା | Feed Management of Cow 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଗାଈର ଖାଦ୍ୟ ପରିଚାଳନା | Feed Management of Cow

@RFInformationServices ଗୋଟିଏ ଗାଈକୁ ଖାଦ୍ୟ ଭାବରେ ଆମେ ଦାନା, ଘାସ, ନଡା ଓ ପାଣି ଦେଉଛୁ । ଗୋଟିଏ ଜର୍ସି ଗାଇକୁ ଶରୀର ଠିକ ଭାବରେ ରହିବା ପାଇଁ ପାଖାପାଖି ୨ କିଲୋଗ୍ରାମ ଦାନା ସହିତ ପ୍ରତି ଲିଟର କ୍ଷୀର ପାଇଁ ୪୫୦ ଗ୍ରାମ ଦାନା ଦରକାର । ଯଦି ଗୋଟିଏ ଗାଈ ୧୦ ଲିଟର କ୍ଷୀର ଦେଉଥାଏ ତେବେ ଦେହ ପାଇଁ ୨ କିଲୋଗ୍ରାମ ଏବଂ କ୍ଷୀର ଉତ୍ପାଦନ ପାଇଁ ୪.୫ କିଲୋଗ୍ରାମ । ସମୁଦାୟ ୬.୫ କିଲୋଗ୍ରାମ ଦାନା ଖାଇବା ଆବଶ୍ୟକ । ଏହାକୁ ୨ ବା ୩ ଭାଗରେ ଦିଆଯାଇପାରିବ । ଘାସକୁ ଗାଈର ଶରୀର ଓଜନର ୧୦ ଭାଗରୁ ୧ ଭାଗ ଅର୍ଥାତ ଗୋଟିଏ ଗାଈକୁ ଦିନକୁ ୨୫-୩୦ କିଲୋଗ୍ରାମ ସବୁଜ ଘାସ ଖାଇବାକୁ ଦେବା ଦରକାର । ନଡା କୁ ୪୦ ଭାଗରୁ ୧ ଭାଗ ଅର୍ଥାତ ୭-୮ କିଲୋଗ୍ରାମ ଦେବା ଆବଶ୍ୟକ । ନଡା ଏବଂ ଘାସକୁ ଖାଇବାକୁ ଦେବା ସମୟରେ ଛୋଟ ଛୋଟ ଖଣ୍ଡ କରି ନଡା ୨ ଭାଗ ଓ ଘାସ ୧ ଭାଗ ହିସାବରେ ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ଵାରା ଗାଈର ହଜମ ଭଲରେ ହୋଇଥାଏ । ପାଣି ର ମଧ୍ୟ ଗାଈ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ପାଣି ଗାଈର ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ, ଖାଦ୍ୟ ହଜମରେ ସହାୟକ ହୁଏ, ଝାଡା ଠିକ ଭାବରେ ହୋଇଥାଏ ଏବଂ ଶରୀରରେ ଯେଉଁ ବିଷ ପ୍ରକ୍ରିୟା ସୃଷ୍ଟି ହୁଏ ତାକୁ ବାହାର କରିବାରେ ସହାୟକ ହୋଇଥାଏ । ତେଣୁ ଗୋଟିଏ ଗାଈକୁ ଯଥେଷ୍ଟ ପାଣି ଦେବା ଆବଶ୍ୟକ । ଗୋଟିଏ ଦୁଧିଆଳୀ ଗାଇ ଯଦି ୧୦ ଲିଟର କ୍ଷୀର ଦେଉଥାଏ ତେବେ ତାକୁ ୭୦-୮୦ ଲିଟର ପାଣି ଆବଶ୍ୟକ ହୋଇଥାଏ ଓ ଏହାଦ୍ଵାରା ଗାଈର ହଜମ ପ୍ରକ୍ରିୟା ଭଲ ହେବା ସହିତ କ୍ଷୀର ଉତ୍ପାଦନ ଭଲ ହୋଇଥାଏ ଓ କ୍ଷୀରର ମାନ ମଧ୍ୟ ବୃଦ୍ଧି ପାଇଥାଏ । ଗାଈକୁ ଖାଦ୍ୟ ସହିତ ୪୦-୫୦ ଗ୍ରାମ ଲୁଣ ଦେବା ଉଚିତ । ଗାଈ କ୍ଷୀର ଦେବା ଯୋଗୁଁ ତା ଦେହରୁ କ୍ଷୀର ସହିତ ଲବଣ ଅଂଶ ମଧ୍ୟ କମିଥାଏ ତେଣୁ ଘାସ ସହିତ ମିନେରାଲ ମିକଶ୍ଚର ମିଶାଇ ଦେଲେ ଗାଈର ଶରୀର ଠିକ ରହିବା ସହିତ ହାଡ ମଜବୁତ ହୋଇଥାଏ ଓ ଠିକ ପରିମାଣରେ କ୍ଷୀର ମଧ୍ୟ ଦେଇଥାଏ । ଘାସରେ ଭିଟାମିନ ‘କ’ ଥାଏ ଯାହା ଶରୀରକୁ ଚିକ୍କଣ ରଖିବାରେ ସହାୟକ ହୁଏ ଏହାଦ୍ୱାରା କ୍ଷୀର ଚିକ୍କଣ ରହିବା ସହିତ ଥନହରା ରୋଗର ଆଶଙ୍କା କମ ରହେ ଏବଂ ଗଣ୍ଠି ଫୁଲା ମଧ୍ୟ କମ ହୁଏ । ଘାସ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଘାସ ଓ ନଡା ଖାଇବା ଦ୍ଵାରା ଗାଈ ପେଟରେ ସୃଷ୍ଟି ହେଉଥିବା ଏସିଡ କମାଇବାରେ ସାହାଯ୍ୟ କରି ଖାଦ୍ୟକୁ ହଜମ କରାଇଥାଏ । ଗାଇକୁ ଦିନକୁ ୨୦-୨୫ କିଲୋଗ୍ରାମ ଘାସ ଖାଇବାକୁ ଦେବା ଦ୍ଵାରା ଗାଈର କ୍ଷୀର ଉତ୍ପାଦନ ଠିକ ରହିବା ସହିତ ପ୍ରଜନନ କ୍ଷମତା ମଧ୍ୟ ଭଲ ହେବ । ସୂଚନାର ଉତ୍ସ : ଡଃ ଜିତାଂଶୁ ଶେଖର ମହାନ୍ତି, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ଡେରାବିଶ, କେନ୍ଦ୍ରାପଡା ।

Comments